ବଢ଼ିଲା ଭାରତୀୟ ନୌସେନାର ବଳ, ସାମିଲ ହେଲା ୩ ଯୁଦ୍ଧ ଜାହାଜ

ଓଏଲ୍ ବ୍ୟୁରୋ: ବଢ଼ିଲା ଭାରତୀୟ ନୌସେନାର ବଳ। ଭାରତୀୟ ନୌସେନାରେ ଯୋଡ଼ି ହେଲା ୩ ଯୁଦ୍ଧ ଜାହାଜ। INS ସୁରତ, INS ନୀଳଗିରି, INS ବାଘଶୀର ସାମିଲ ହୋଇଛି। ମୁମ୍ବାଇ ନାଭାଲ୍ ଡକୟାର୍ଡରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନା ପାଇଁ ଆଜିର ଦିନ ଐତିହାସିକ। ଦେଶ ପାଇଁ ଜୀବନକୁ ସମର୍ପିତ କରିଥିବା ଯବାନଙ୍କୁ ସଲାମ। ୩ ଯୁଦ୍ଧ ଜାହାଜ ଭାରତ ନିର୍ମିତ, ଏହା ଗୌରବର କଥା। ସେନା, ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଏହା ସଫଳ ହୋଇଛି। ୩ ଯୁଦ୍ଧ ଜାହାଜ ଆତ୍ମନିର୍ଭର ଭାରତର ବିଶ୍ବାସ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।