Odisha Link
Bridging the Missing Links in Odisha

ନିର୍ବାଚନ ଲଢ଼ିବେ ଅରବିନ୍ଦ କେଜ୍ରିୱାଲ, ଆଜି ଭରିବେ ନାମାଙ୍କନ

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନାମାଙ୍କନ ଭରିବେ।

ନାମାଙ୍କନ ଦାଖଲ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ବାଲ୍ମୀକି ମନ୍ଦିର ଓ ପ୍ରାଚୀନ ହନୁମାନ ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ।

ଅନ୍ୟପଟେ, ଅଡୁଆରେ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ। ଅବକାରୀ ଦୁର୍ନୀତି ମାମଲାରେ ଚାଲିବ ତଦନ୍ତ। ମନିଲଣ୍ଡ୍ରିଂ ମାମଲାରେ ୨ ନେତାଙ୍କ ବିରୋଧରେ ହେବ ତଦନ୍ତ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତଦନ୍ତ ଅନୁମତି ମିଳିଛି। ତଦନ୍ତ ପାଇଁ ଗୃହ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.