ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଆଖିବୁଜିଲା ବାଘୁଣୀ ରୁପାର ଶାବକ

ଓଏଲ୍ ବ୍ୟୁରୋ: ବର୍ଷ ଆରମ୍ଭରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର। ତୃତୀୟ ଥର ମାଆ ହୋଇଥିବା ବାଘୁଣୀ ରୁପାର ଶାବକ ଆଖି ବୁଜିଛି। ନନ୍ଦନକାନନରେ କମିଲା ବାଘ ସଂଖ୍ୟା। ଅସୁସ୍ଥତା କାରଣରୁ ଚିକିତ୍ସିତ ଅବସ୍ଥାରେ ଥିବା ବାଘୁଣୀ ରୂପାର ଶାବକର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ନଭେମ୍ବର ୨୦୨୪ରେ ତୃତୀୟ ଥର ମାଆ ହୋଇଥିଲା ବାଘୁଣୀ ରୁପା। କ୍ରୀଷ୍ଣା ଏବଂ ରୂପା ମିଳନରେ ଧଳା ବାଘୁଣୀ ରୁପା ଔରସରୁ ୪ ଶାବକ ଜନ୍ମ ନେଇଥିଲେ। ଏଥିସହ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ବାଘୁଣୀ ସଂଖ୍ୟା ହ୍ରାସ ପାଇଁ ୨୭କୁ କମିଛି।