Odisha Link
Bridging the Missing Links in Odisha

ବାଚସ୍ପତିଙ୍କ ବିଶୃଙ୍ଖଳା ବୟାନ: ପଦ ମର୍ଯ୍ୟାଦା ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡି

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

ଫେବ୍ରୁଆରୀ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ।

ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢ଼ୀ କଡା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବନି। ଅଧିବେଶନରେ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ।ବିଶୃଙ୍ଖଳା ଆଚରଣ କଲେ ତାହା ବରଦାସ୍ତ କରାଯିବନି।

ବାଚସ୍ପତିଙ୍କ ବିଶୃଙ୍ଖଳା ବୟାନ ପରେ ରାଜନୈତିକ ଟାର୍ଗେଟ ଆରମ୍ଭ ହୋଇଛି। ବାଚସ୍ପତିଙ୍କୁ କଟାକ୍ଷ କରିଛି ବିଜେଡି। ବାଚସ୍ପତିଙ୍କୁ ସାମ୍ବିଧାନିକ ମର୍ଯ୍ୟଦା ରକ୍ଷା ପାଇଁ ବିଜେଡି ପରାମର୍ଶ ଦେଇଛି। ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବାଚସ୍ପତି। ବାଚସ୍ପତି କହିବେ କି ସେ କେଉଁ ଦଳର ବୋଲି ବିଜେଡି କହିଛି।

ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେଶନ। ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ।

ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍‌ଫିତର୍‌ ପଡ଼ୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।

Leave A Reply

Your email address will not be published.