Odisha Link
Bridging the Missing Links in Odisha

ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’, ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା

ଓଏଲ୍‌ ବ୍ୟୁରୋ: ଚଳଚ୍ଚିତ୍ର ଜଗତରେ ଯୋଡି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ‘ଅନୁଜା’। ପ୍ରିୟଙ୍କା ଚୋପ୍ରା, ଗୁନିତ ମୋଙ୍ଗାଙ୍କ ପ୍ରଯୋଜିତ ‘ଅନୁଜା’ ଓସ୍କାର ପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଭାବେ ମନୋନୀତ ହୋଇଛି।

ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି। ଅନେକ ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି।

୯ ବର୍ଷର ଛୋଟ ଝିଅର ଚରିତ୍ରକୁ ନେଇ ‘ଅନୁଜା’ ସିନେମାର କାହାଣୀ ପ୍ରସ୍ତୁତ ହୋଇଛି। ଝିଅଟି ଏକ ପୋଷାକ କାରଖାନାରେ ତା ବଡ଼ ଭଉଣୀ ପାଲକ ସହିତ କାମ କରୁଛି। ନେଟ୍‌ଫ୍ଲିକ୍ସରେ ଏହି ସିନେମା ଷ୍ଟ୍ରିମିଂ ହେବ। ଆଦାମ ଜେ ଗ୍ରେଭ୍‌ସ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଓସ୍କାର-୨୦୨୫ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିବା ୫ଟି ସିନେମା ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ। ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ ଲାଷ୍ଟ୍‌ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍‌ ନଟ୍‌ ରିମେନ୍ ସାଇଲେଣ୍ଟ୍‌।