Odisha Link
Bridging the Missing Links in Odisha

ବାସହରାଙ୍କୁ ମିଳିବ ଆବାସ, ଆଜିଠୁ ଆବାସ ସର୍ଭେ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଆବାସ ସର୍ଭେ ଆରମ୍ଭ କରିବେ ରାଜ୍ୟ ସରକାର। PMAYରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ହେବ ସର୍ଭେ। ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ଶୁଭାରମ୍ଭ ହେବ PMAY ସର୍ଭେ।

ଯଶୁଆପୁର ପଞ୍ଚାୟତର ଅର୍ଜୁନସିଂହପୁର ଗାଁରୁ ସର୍ଭେର ଶୁଭାରମ୍ଭ ହେବ। ସର୍ଭେର ଶୁଭାରମ୍ଭ କରିବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ ପଞ୍ଚାୟତିରାଜ ମନ୍ତ୍ରୀ।

କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଉପସ୍ଥିତ ରହିବେ। ପିପିଲି ବିଧାୟକଙ୍କ ସମେତ ପୁରୀ ଜିଲ୍ଲାର ସବୁ ବିଧାୟକ ଉପସ୍ଥିତ ରହିବେ। ଆଜି ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯିବ। ସର୍ଭେ ଦେଢରୁ ଦୁଇମାସ ଚାଲିବ। ଏହାପରେ ଲୋକଙ୍କୁ ଘର ମିଳିବ।

Leave A Reply

Your email address will not be published.