ରାଜ୍ୟରେ ଲାଗୁ ହୋଇଛି ନୂଆ ଶିକ୍ଷା ନୀତି, ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ…

ଓଏଲ୍ ବ୍ୟୁରୋ: ରାଜ୍ୟରେ ଲାଗୁ ହୋଇଛି ନୂଆ ଶିକ୍ଷା ନୀତି। ୧୦+୨ ବଦଳରେ ରାଜ୍ୟରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦିଆଯିବ। ଗୋଦାବରଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଂଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ନୂତନ ଶିକ୍ଷା ନୀତିରେ ଦଶମରେ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ରହିବ। ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେମିଷ୍ଟାର କରୀକ୍ଷା କରାଯିବ। କଲେଜର ୩ ବର୍ଷର ଡିଗ୍ରୀ ଏବେ ୪ ବର୍ଷ ହେବ। କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା ନେବାକୁ ଚାହାନ୍ତି ନାହିଁ ସେମାନଙ୍କୁ ୩ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳିବ।
ଯେଉଁମାନେ ଗୋଟିଏ ବର୍ଷ ଡିଗ୍ରୀ କରିବେ ସେମାନଙ୍କୁ ସ୍ନାତକ ପ୍ରଥମ ବର୍ଷରେ ସାର୍ଟିଫିକେଟ, ଦ୍ୱିତୀୟ ବର୍ଷରେ ଡିପ୍ଲୋମା ଓ ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ଦିଆଯିବ । ୪ ବର୍ଷ ଡିଗ୍ରୀ କରିଥିବା ଛତ୍ରଛାତ୍ରୀମାନେ ଗୋଟିଏ ବର୍ଷରେ ଏମଏ କରିବାକୁ ସକ୍ଷମ ହେବ । ଅର୍ଥାତ ଏମଏର ଗୋଟିଏ ବର୍ଷ ଡିଗ୍ରୀରେ ମିଶାଇ ଦିଆଯିବ । ଏନଏ ଛାତ୍ୟଛାତ୍ରୀମାନେ ଆଉ ଏମ. ଫିଲ୍ ନ କରି ସିଧାସଳଖ ପିଏଚଡି କରିବାକୁ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ବିଜ୍ଞାନରୁ କଳା, କଳାରୁ ବାଣିଜ୍ୟ ଏପରି ଯେତେବେଳେ ଚାହିଁବେ ପରିବର୍ତ୍ତନ କରିପାରିବେ ।
ନୂଆ ଶିକ୍ଷା ନୀତିର ମୁଖ୍ୟାଂଶ..
-ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରହିଛି। ଶିକ୍ଷା କ୍ଷେତ୍ରରେ ଜନସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିନ୍ତା କରିଛନ୍ତି।
-ଏଣିକି ଆଉ ୬ ବର୍ଷ ବୟସରୁ ସ୍କୁଲ୍ ଶିକ୍ଷା ଆରମ୍ଭ ହେବ ନାହିଁ। ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍ ଶିକ୍ଷା ଆରମ୍ଭ କରିବେ।
-ଅତି କମ୍ରେ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ।
-ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ।
-ନୂଆ ଶିକ୍ଷା ନୀତି ଅଧୀନରେ ଏମ୍ଫିଲ୍ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍ଡିସ୍ତରର ସମସ୍ତ କୋର୍ସକୁ ଆନ୍ତଃବିଭାଗୀୟ କରାଯିବ।
-ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
-ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ।
-୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି।
-୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।
-ନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର କ୍ୟାମ୍ପସ୍ ଖୋଲିବା ଲାଗି ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।
-ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।
-ସମସ୍ତ ବୃତ୍ତିଗତ ଶିକ୍ଷା ଉଚ୍ଚଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ।
-ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ମିଳିବ ପ୍ରୋତ୍ସାହନା।
-ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଜାତୀୟ ସ୍କଲାରସିପ୍ ପୋର୍ଟାଲ୍ ବିସ୍ତାର କରାଯିବ।
-ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯଦି ଆଦର୍ଶ ଏବଂ ମାନଦଣ୍ଡକୁ ଅନୁକରଣ ନକରନ୍ତି ତେବେ ଦଣ୍ଡିତ ହେବେ।