ଓଡ଼ିଶାରେ ୨.୨୮ ଲକ୍ଷ କୋଟି ନିବେଶ କରିବ ଆଦାନୀ ଗ୍ରୁପ, ବଡ଼ ସୂଚନା ଦେଲେ ଶିଳ୍ପ ସଚିବ

ଓଏଲ୍ ବ୍ୟୁରୋ: ଆଜିଠୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫କୁ ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ନେଇ ବଡ଼ ସୂଚନା ଦେଲେ ଶିଳ୍ପ ସଚିବ। ଓଡ଼ିଶାରେ ୨.୨୮ ଲକ୍ଷ କୋଟି ନିବେଶ କରିବ ଆଦାନୀ। ନିବେଶ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୪ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଶିଳ୍ପପତିଙ୍କ ବିଶ୍ବାସ ବଢ଼ାଇଛି ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ। ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ସଠିକ ସମୟ। ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତି ଆଗ୍ରହୀ ଅଛନ୍ତି। ୫ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।