Odisha Link
Bridging the Missing Links in Odisha

ଚାରିଧାମ ଯାତ୍ରା: ଭକ୍ତଙ୍କ ପାଇଁ ଏହି ଦିନ ଖୋଲିବ ବଦ୍ରିନାଥ ଧାମ…

ଓଏଲ୍ ବ୍ୟୁରୋ: ଅପେକ୍ଷାରେ ଶ୍ରଦ୍ଧାଳୁ। ଖୁବ୍ ଶୀଘ୍ର ଆରମ୍ଭ ହେବ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା। ଚଳିତବର୍ଷ ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାରିଧାମ ଯାତ୍ରା ଆରମ୍ଭ ହେବ। ଗତ ବର୍ଷ ପ୍ରାୟ ୧୧ ଲକ୍ଷ ଭକ୍ତ ବଦ୍ରିନାଥ ଦର୍ଶନ କରିଥିଲେ। ଏହିପରି ୧୩.୫ ଲକ୍ଷ ଶ୍ରଦ୍ଧାଳୁ କେଦାରନାଥ ଯାତ୍ରା କରିଥିଲେ। ଏଥର ଉତ୍ତରାଖଣ୍ଡର ଚାରିଧାମ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଧାମ ଭକ୍ତଙ୍କ ପାଇଁ ବହୁଶୀଘ୍ର ଖୋଲିବାକୁ ଯାଉଛି।

ବିଧି ଅନୁସାରେ, ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ତେହେରୀର ନରେନ୍ଦ୍ର ନଗର ରାଜଦାରବାରରେ ପାରମ୍ପରିକ ବଦ୍ରିନାଥ ଧାମର କପାଟ ଖୋଲିବାର ତାରିଖ ସ୍ଥିର କରାଯାଇଥିଲା। ନରେନ୍ଦ୍ର ନଗର ରାଜମହଲରେ ମହାରାଜା ମନୁ ଜୟନ୍ଦ୍ର ଶାହାଙ୍କ ଜନ୍ମ କୁଣ୍ଡଳୀ ଏବଂ ଗ୍ରହ ନକ୍ଷତ୍ରର ଗଣନା ଆଧାରରେ ରାଜ ପୁରୋହିତ ଆଚାର୍ଯ୍ୟ କୃଷ୍ଣ ପ୍ରସାଦ ଉନିୟାଲ ତାରିଖ ସ୍ଥିର କରିଥିଲେ। ଏହା ଅନୁସାରେ, ଆସନ୍ତା ମେ’ ୪ ତାରିଖ ସକାଳ ୬ଟାରେ ବଦ୍ରିନାଥ ଧାମର କପାଟ ଖୋଲାଯିବ।

କପାଟ ଖୋଲିବା ପୂର୍ବରୁ ବଦ୍ରିନାଥ ଧାମ ପାଇଁ ଗାଡୁ ଘଡ଼ା ତେଲ କଳସ ଯାତ୍ରା ବାହାରିବ। ଏଥିପାଇଁ ଏପ୍ରିଲ ୨୨ ତାରିଖ ଧାର୍ଯ୍ୟ କରାଯାଇଛି। ବଦ୍ରିନାଥ ଧାମରେ ​​ବହୁ ବର୍ଷ ଧରି ଚାଲିଆସୁଥିବା ଏହି ଅନନ୍ୟ ପରମ୍ପରାକୁ ଭକ୍ତମାନେ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ବଦ୍ରିନାଥ ଧାମର କପାଟ ନଭେମ୍ବର ୧୭ ରାତି ୯ଟା ୦୭ ମିନିଟରେ ବନ୍ଦ କରାଯାଇଥିଲା।

କେଦାରନାଥ ଧାମର କପାଟ ଖୋଲିବାର ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଫେବୃୟାରୀ ୨୬ ମହାଶିବରାତ୍ରୀ ଦିନ ଓଁକାରେଶ୍ୱର ମନ୍ଦିରରେ ପଞ୍ଚାଙ୍ଗ ଗଣନା ପରେ ଏହାର ତାରିଖ ସ୍ଥିର ହେବ। ଏପ୍ରିଲ ୩୦ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କପାଟ ବିଧିବଦ୍ଧ ଭାବରେ ଖୋଲାଯିବ।

Leave A Reply

Your email address will not be published.