ଭାରତ ମହାସାଗରରୁ ଉଡ଼ନ୍ତା ମାଛ ଚିହ୍ନଟ

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ଭାରତ ମହାସାଗରରୁ ପ୍ରଥମଥର ଉଡ଼ନ୍ତା ମାଛ ଚେଲିପୋଗନ ଆକ୍ଟିସେପ୍ସ (cheilopogon arcticeps) ଚିହ୍ନଟ ହୋଇଛି। ଏହି ମାଛ ପ୍ରଥମେ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ବର୍ତମାନ ଭାରତ ମହାସାଗରରେ ପ୍ରଥମ ଥର ଚିହ୍ନଟ ହୋଇଛି। ମାଛଟି ୨୦୨୧ରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା।
ମାଛର ଡେଣା ଗୁଡ଼ିକ ଲମ୍ବା ଏବଂ ଓସାର ରହୁଥିବାରୁ ସମୁଦ୍ରରେ ପ୍ରାୟ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଲମ୍ବରେ ଉଡିପାରନ୍ତି। ଏହାର ପିଠି ଭାଗ ରଙ୍ଗ ଇସତ ନୀଳ ଏବଂ ପେଟ ଭାଗଟି ରୂପା ଭଳି ଧଳା। ମାଛର ଡେଣାରେ କିଛି କଳା ଚିହ୍ନ ରହୁଥିବାରୁ ଏହା ଅନ୍ୟ ପ୍ରଜାତି ଠାରୁ ଭିନ୍ନ। ମାଛର ଲମ୍ବ ୧୫ରୁ ୧୭ ସେଣ୍ଟି ମିଟର। ପୂର୍ବରୁ ଏହି ମାଛ ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ, ଜାପାନ ଓ ଥାଇଲାଣ୍ଡରେ ଦେଖୁବାକୁ ମିଳିଥାଏ। ଏହି ପ୍ରଜାତିର ମାଛ ଭୂପୃଷ୍ଠ ଜଳରେ ମଧ୍ୟ ମିଳିଥାଏ।
ଭାରତ ଉପକୂଳରେ ବହୁ ପ୍ରଜାତିର ଉଡ଼ନ୍ତା ମାଛ ଦେଖା ଯାଇଥାନ୍ତି। ଏହି ମାଛ ବିଷାକ୍ତ ନୁହନ୍ତି। ମାଛଟିକୁ ଗୋପାଳପୁର ଜେ.ଏସ.ଆଇର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର, ବୈଜ୍ଞାନିକ ଶୁଭେନ୍ଦୁ ଶେଖର ମିଶ୍ର, ବାଂଲାଦେଶର ବାଜକୂଳ ମିଲନି ମହାବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ଡ ଦୀପାଞ୍ଜନ ରାୟ ଗବେଷକ ସାନମିତ୍ର ରାୟ ଏବଂ ତପନ ଖଟୁଆଙ୍କ ମିଳିତ ଭାବେ ପରୀକ୍ଷା ନିରୀକ୍ଷା କରି ଏହାର ସମ୍ପୂର୍ଣ ତଥ୍ୟକୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା “ଜର୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”କୁ ପ୍ରଦାନ କରିଥିଲେ। ଏହା ମାଛକୁ ସଂଗ୍ରକ୍ଷଣ କରାଯାଇ ଅଧିକ ଗବେଷଣା କରାଯିବ ବୋଲି ବୈଜ୍ଞାନିକ ଡ଼. ମହାପାତ୍ର ସୂଚନା ଦେଇଛନ୍ତି।