‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ। ଅଷ୍ଟମ ସଂସ୍କରଣରେ ପିଏମ୍ ମୋଦି ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଧୀରେ ଧୀରେ ନିଜ ମନ ଉପରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ। ଅନ୍ୟକୁ ସଜାଡିବା ପୂର୍ବରୁ ନିଜ ଭିତରେ ସୁଧାର ଆଣିବା ଦରକାର। ପାଠ ସହିତ ନିଜ ମନମୁତାବକ ଅନ୍ୟ କିଛି କାମ କରିବା ଦରକାର। ଭଲ ନେତୃତ୍ବ ପାଇଁ ୩ଟି ଜିନିଷ ଆବଶ୍ୟକ’ `ଧୈର୍ଯ୍ୟ, ସିଦ୍ଧାନ୍ତ ଓ ବିଶ୍ବାସ ଆବଶ୍ୟକ। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ ।