Odisha Link
Bridging the Missing Links in Odisha

ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ଵବିଦ୍ୟାଳୟ, ଖାଲିପଡ଼ିଛି ୧୩୦୭ ପ୍ରଫେସର ପଦବୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ବିଶ୍ଵବିଦ୍ୟାଳୟରେ ଖାଲିପଡ଼ିଥିବା ପଦବୀ ନେଇ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ନାମକରା ବିଶ୍ଵବିଦ୍ୟାଳୟ। ୧୭ଟି ବିଶ୍ଵବିଦ୍ୟାଳୟରେ ୯୬୩ ଜଣ ଅତିଥି ଅଧ୍ୟାପକ ପାଠ ପଢ଼ାଉଛନ୍ତି।

ଉତ୍କଳ ବିଶ୍ଵବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯,ସମ୍ବଲପୁରରେ ୬୪ ଅତିଥି ଅଧ୍ୟାପକ, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ ୧୧୩, ବିକ୍ରମ ଦେବରେ ୭୮ ଅତିଥି ଅଧ୍ୟାପକ, ଗଙ୍ଗାଧର ମେହେରରେ ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୮୧ ଅତିଥି ଅଧ୍ୟାପକ ପାଠ ପଢ଼ାଉଛନ୍ତି। ୧୭ଟି ବିଶ୍ଵବିଦ୍ୟାଳୟରେ ୧୩୦୭ ପ୍ରଫେସର ପଦବୀ ଖାଲିପଡ଼ିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଅନ୍ୟପଟେ, ଗୃହରେ ହଟ୍ଟଗୋଳରୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଥିଲା। ପୁଣି ଚାଷୀ ପ୍ରସଙ୍ଗରେ ବିଜେଡିର ପ୍ରବଳ ହୋହଲ୍ଲା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।

Leave A Reply

Your email address will not be published.