ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ଉଦଘାଟିତ, ଚର୍ଚ୍ଚାରେ ଚାମ୍ପିଅନ୍ ମଇଁଷି ‘ଭୀମ’

ଓଏଲ୍ ବ୍ୟୁରୋ: ଆଜିଠୁ ୩ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ। ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ଉଦ୍ଘାଟିତ ହୋଇଛି। ଚଳିତ ବର୍ଷର ଥିମ୍ ରହିଛି, ମତ୍ସ୍ୟଚାଷ ଓ ପ୍ରାଣୀ ପାଳନ ଜୀବନଜୀବିକା ଓ ଜୈବ ସନ୍ତୁଳନ। ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ। ପ୍ରତି ବ୍ଲକରୁ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀ ପାଳକ ଯୋଗଦେଇଛନ୍ତି। ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହୋଇଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସଚେତନତା କରାଯାଉଛି। ବିଶେଷ ଅବଦାନ ପାଇଁ ୨୪ ଜଣ ଶ୍ରେଷ୍ଠ ବିଭାଗୀୟ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ଚାମ୍ପିଅନ୍ ମଇଁଷି ‘ଭୀମ୍’ ଏବଂ ପୁଙ୍ଗାନୁର ଗାଈ ଦେଖିବାର ସୁଯୋଗ ମିଳୁଛି।