ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଭାରତୀୟ ମାନବାଧିକାର କମିଶନଙ୍କୁ ନେପାଳର ଚିଠି

ଓଏଲ୍ ବ୍ୟୁରୋ: କିଟ୍ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ଏବେ ଭାରତୀୟ ମାନବାଧିକାର କମିଶନ ପାଖରେ ପହଂଚିଛି। କିଟ୍ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନ୍ୟାୟ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭାରତୀୟ ମାନବାଧିକାର କମିଶନକୁ ନେପାଳ ମାନବାଧିକାର କମିଶନ ଚିଠି ଲେଖିଛନ୍ତି। କିଟ୍ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ, କିଟ୍ ପାଇଁ ଓଡ଼ିଶା ସମେତ ଭାରତ ସାରା ବିଶ୍ବରେ ନିନ୍ଦିତ ହେଉଥିବା ଅଭିଯୋଗ ପରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ୍ରେ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହ ନେପାଳ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।