ଉତ୍ତରାଖଣ୍ଡରେ ଖସିଲା ଗ୍ଲେସିୟର, ଫସିଲେ ୫୭ ଶ୍ରମିକ

ଓଏଲ୍ ବ୍ୟୁରୋ: ବଦ୍ରିନାଥରେ ବଡ଼ ଅଘଟଣ। ପାଗ ପୁଣି ଥରେ ବଦଳିଯାଇଛି। ଯାହାଫଳରେ ହିମଳାୟ ଅଞ୍ଚଳଗୁଡ଼ିରେ ପ୍ରବଳ ତୁଷାରପାତ ଆାରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ବଦ୍ରିନାଥ ଧାମରେ ଦୁଇ ଦିନ ଧରି ତୁଷାରପାତ ଲାଗି ରହିଛି। ଉତ୍ତରାଖଣ୍ଡ ଚମୋଲିରେ ମାଣା ଗାଁରେ ହିମସ୍ଖଳନ ଘଟି ୪୭ ଜଣ ଶ୍ରମିକ ଫସି ରହିଛନ୍ତି। ଶୁକ୍ରବାର ଅପରାହ୍ନରେ ତୁଷାରପାତ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ତୁଷାରପାତ ପରେ ଏଠାରେ ଗ୍ଲେସିୟର ଖସିଥିବା ଖବର ମିଳିଛି। ଯାହାଫଳରେ, ୫୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଥିବା ଖବର ଆସୁଛି। ତଥାପି, ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ସୂଚନାମୁତାବକ, ୫୭ ଜଣ ଶ୍ରମିକ ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି।