Odisha Link
Bridging the Missing Links in Odisha

ପାସପୋର୍ଟ ନିୟମରେ ସଂଶୋଧନ: ପ୍ରମାଣପତ୍ର ପାଇଁ ଏହି ଡକ୍ୟୁମେଣ୍ଟ ବାଧ୍ୟତାମୂଳକ

ଓଏଲ୍‌ ବ୍ୟୁରୋ: ପାସପୋର୍ଟ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ପାସପୋର୍ଟ ଏଭଳି ଏକ ଡକ୍ୟୁମେଣ୍ଟ ଯେଉଁଥିରୁ କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ବିଦେଶଯାତ୍ରା ନିମନ୍ତେ ଏହା ସବୁଠୁ ଜରୁରି କାଗଜପତ୍ର। ଏହା ଦ୍ୱାରା ଆପଣ ଅନ୍ୟ ଦେଶ ବୁଲିବାକୁ, ପଢିବାକୁ ଅଥବା ବାଣିଜ୍ୟ ବ୍ୟବସାୟ କରିବାକୁ ଯାଇ ପାରନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ସରକାର ପାସପୋର୍ଟ ନିୟମରେ କଣ ପରିବର୍ତ୍ତନ କରିଛନ୍ତି ଆସନ୍ତୁ ଜାଣିବା..

ନୂତନ ନିୟମ ଅନୁଯାୟୀ, ଅକ୍ଟୋବର ୧, ୨୦୨୩ ପରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ କେବଳ ଜନ୍ମ ପ୍ରମାଣପତ୍ର ଜନ୍ମ ତାରିଖର ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁସାରେ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ହେବ। ଚଳିତ ସପ୍ତାହରେ ପାସପୋର୍ଟ ନିୟମ ୧୯୮୦ରେ ସଂଶୋଧନକୁ ପ୍ରଭାବୀ କରିବା ପାଇଁ ଏକ ଅଧିକାରୀକ ନୋଟ୍ ଜାରି କରାଯାଇଛି।

ନୂଆ ପାସପୋର୍ଟ ନିୟମ ଅଫିସିଆଲ ଗେଜେଟରେ ସଂଶୋଧନ ପ୍ରକାଶିତ ହେବା ପରେ ଲାଗୁ ହୋଇଯିବ। ନୂଆ ନିୟମ ଅନୁସାରେ ଜନ୍ମ ଓ ମୃତ୍ୟୁ ରେଜିଷ୍ଟ୍ରାର ଅଥବା ନଗର ନିଗମ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିନିୟମ୧୯୬୯ ଅନୁସାରେ ଅଥବା ଅନ୍ୟ କୌଣସି ପ୍ରାଧିକର୍ତ୍ତାଙ୍କ ଦ୍ୱାରା ଜାରି ଜନ୍ମ ପ୍ରମାଣପତ୍ର କୁ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ନିମନ୍ତେ ଜନ୍ମ ତାରିଖ ପ୍ରମାଣପତ୍ର ରୂପେ ସ୍ୱୀକାର କରାଯିବ। ଅନ୍ୟ ଆବେଦକମାନେ ଜନ୍ମ ତାରିଖ ପ୍ରମାଣପତ୍ର ରୂପେ ବିକଳ୍ପ ଡକ୍ୟୁମେଣ୍ଟ ରୂପେ ଡ୍ରାଇଭିଂ ଲାଇସେନ୍ସ ଅଥବା ବିଦ୍ୟାଳୟ ଛାଡିବାର ପ୍ରମାଣପତ୍ରକୁ ପ୍ରସ୍ତୁତ କରିପାରିବେ।

Leave A Reply

Your email address will not be published.