Odisha Link
Bridging the Missing Links in Odisha

ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ହାତେଇଲା ଟିମ୍‌ ଇଣ୍ଡିଆ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ଜିତିଲା ଭାରତ। ଫାଇନାଲରେ ନ୍ୟୁଜିଲାଣ୍ଡ ଦଳକୁ ୪ ଓ୍ବିକେଟରେ ହରାଇ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। ରୋହିତଙ୍କ ଅଧିନାୟକତ୍ବରେ ୨ଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି ଭାରତ।

ଭାରତୀୟ ଦଳ ୩ୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଛି। ୨୦୦୨ ମସିହାରେ ଶ୍ରୀଲଙ୍କା ସହିତ ଭାରତ ଯୁଗ୍ମ ଭାବେ ଟ୍ରଫି ଜିତିଥିଲା। ପରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୩ ମସିହାରେ ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିଥିଲା। ପରେ ରୋହିତଙ୍କ ଅଧିନାୟକତ୍ବରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି ଭାରତ। ଭାରତୀୟ କ୍ରିକେଟ ଦଳ ଏପର୍ଯ୍ୟନ୍ତ ୭ଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି।

Leave A Reply

Your email address will not be published.