Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଲା ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ସାପ କାମୁଡ଼ା ମୃତ୍ୟୁ ନେଇ ବିଭାଗୀୟ ମନ୍ତ୍ରୀ ତଥ୍ୟ ଦେଇଛନ୍ତି।୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ସେହିପରି ୨୦୨୪-୨୫ରେ ଏଯାବତ୍ ୭୦୯ ଜଣଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି। ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ କଟକ ଓ ଗଞ୍ଜାମ ରହିଛି।

ସେହିପରି ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି। ଏହା ପଛକୁ ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା ରହିଛି। ଦୁଇ ବର୍ଷରେ ସମୁଦାୟ ୧୮୫୯ ଲୋକ ସାପ ଚୋଟରେ ମରିଛନ୍ତି। ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉପରୋକ୍ତ ଲିଖିତ ଉତ୍ତର ଦେଇଛନ୍ତି।

Leave A Reply

Your email address will not be published.