Odisha Link
Bridging the Missing Links in Odisha

ବନ୍ଧା ହେଲେ ରାଜା ଚକ୍ର, ୨୦୨୪ ନିର୍ବାଚନ ପରାଜୟର ବଡ଼ କାରଣ କହିଲେ ବିଧାୟକ..

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆଗୁଆ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଥିବାବେଳେ ଗିରଫ ହୋଇଛନ୍ତି ବିଜେଡି ନେତା ରାଜା ଚକ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ରାଜା ଚକ୍ର ଗିରଫ ହେବା ପରେ ଆଜି କିଛି ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ।

ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ। ଖଣିଠୁ ଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା। ଏସପି, ଜିଲ୍ଲାପାଳ ରାଜାଙ୍କ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଏମିତିକି ରାଜାଙ୍କ ପକେଟରେ ଥିଲେ କେନ୍ଦୁଝର ଜିଲ୍ଲାପାଳ ଓ ଏସପି। ଏସବୁକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ରିପୋର୍ଟ ବି ବଦ୍ରି ଦେଇଥିବା କହିଛନ୍ତି। ପାଣ୍ଡିଆନଙ୍କୁ ବି ଘୋଟାଲା ସମ୍ପର୍କରେ ଜଣାଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜାଙ୍କ ପାଇଁ ଓ ରାଜାଙ୍କ କାର୍ଯ୍ୟକଳାପ ପାଇଁ ଦଳର କ୍ଷତି ହେବ ବୋଲି କହିଥିଲେ। ୨୦୨୪ ନିର୍ବାଚନ ପରାଜୟର ଅନ୍ୟତମ କାରଣ ଏସବୁ ଘଟଣା ବୋଲି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଦୋହରାଇଛନ୍ତି।

Leave A Reply

Your email address will not be published.