ପ୍ରକାଶ ପାଇଲା ଓଜେଏସ୍-୨୦୨୩ ରେଜଲ୍ଟ, ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଓଏଲ୍ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ସମୁଦାୟ ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୪ ଜଣ ଝିଅ ପରୀକ୍ଷାର୍ଥୀ ଅଛନ୍ତି। ସୋମେଶ ରଣବିଜୁଳି ଓଜେଏସ୍-୨୦୨୩ ଟପ୍ପର ହୋଇଛନ୍ତି। ତାଲିକାରେ ଅରୁଣିମା ପତି ଦ୍ବିତୀୟ ଓ ପାଏଲ ଅତ୍ତା ତୃତୀୟ ସ୍ଥାନରେ ଅଛନ୍ତି।