ଆବାସ ଅପେକ୍ଷାରେ ଲକ୍ଷାଧିକ ଆବେଦନକାରୀ, ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ରାଜ୍ୟରେ ପିଏମ ଆବାସ ସର୍ଭେ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ଏଥିଲାଗି ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ ଜାରି ରହିଛି। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିଛନ୍ତି ରାଜ୍ୟ ସରକାର।
ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ। ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ସାମିଲ୍ ହେବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।