Odisha Link
Bridging the Missing Links in Odisha

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଗାମୀ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଆଜି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ବୈଠକରେ ରଥ କାଠ ଯୋଗାଣ, ବସୁଙ୍ଗା ପାଟ, ଚନ୍ଦନ ଏବଂ କତା ଦଉଡି ମିଳିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ସେହିପରି ଆବଶ୍ୟକୀୟ ରଥ ଦଉଡି ଯୋଗାଣ ନେଇ କତା ନିଗମ ସହ ଶ୍ରୀମମଦିର ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡିଛି।ଆବଶ୍ୟକୀୟ ବସୁଙ୍ଗା ପାଟ ଓ ଚନ୍ଦ ମହଜୁଦ ରହିଥିବା ବେଳେ ରଥଯାତ୍ରା ପୂର୍ବରୁ ଠିକ ସମୟରେ ବାକି ରଥ କାଠ ପହଂଚିବା ନେଇ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ବୈଠକ ପରେ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.