Odisha Link
Bridging the Missing Links in Odisha

ନୂଆ ସିଲାବସ୍ ଜାରି କଲା ସିବିଏସ୍ଇ, ଜାଣନ୍ତୁ କ’ଣ ହୋଇଛି ବିଶେଷ ପରିବର୍ତ୍ତନ..

ଓଏଲ୍ ବ୍ୟୁରୋ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ୧୦ମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ନୂଆ ସିଲାବସ୍ ଜାରି କରିଛନ୍ତି। ଏହି ନୂଆ ସିଲାବସ ୨୦୨୫-୨୬ ନିମନ୍ତେ ଦଶମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ଜାରି ହୋଇଛି। ଏହି ସିଲାବସ ଏବେ ସିବିଏସଇ ର ଅଧିକାରୀକ ୱେବସାଇଟରେ ଉପଲବ୍ଧ ହେଉଛି। ସିଲାବସ ୨୦୨୫-୨୬ ଆକାଡେମିକ ସାମଗ୍ରୀ ଓ ଶିକ୍ଷଣ ନିମନ୍ତେ ବ୍ୟାପକ ଗାଇଡଲାଇନ ପ୍ରଦାନ କରୁଛି।

ଚଳିତବର୍ଷ ବୋର୍ଡ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଚଳିତବର୍ଷରୁ ବୋର୍ଡ ବର୍ଷରେ ଦୁଇଥର ଫେବୃଆରୀ ଓ ଏପ୍ରିଲ ରେ ୧୦ମ ବୋର୍ଡ ପରୀକ୍ଷା ଆୟୋଜନ କରିବେ, ଏଥିରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୋର ସୁଧାର ନିମନ୍ତେ ଅଧିକ ସୁବିଧା ମିଳିବ। ଏହା ଛଡା ପାଠ୍ୟକ୍ରମରେ ଘୋଷିବା ବଦଳେ ଯୋଗ୍ୟତା ଆଧାରିତ ପ୍ରଶ୍ନ ମାଧ୍ୟମରେ ଅବଧାରଣାତ୍ମକ ବୋଧ ଓ ଜ୍ଞାନର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ପାଠ୍ୟକ୍ରମର ଢାଞ୍ଚାକୁ ଭିନ୍ନ କରିବା ଓ ଦକ୍ଷତା ସମ୍ପନ୍ନ ଶିକ୍ଷା ସୁଯୋଗକୁ ବ୍ୟାପକ କରିବା ଏହାର ଲକ୍ଷ୍ୟ ରଖାଯାଇଛି।

ସିବିଏସ୍ଇ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଉକ୍ତ ସିଲାବସରେ ୩ଟି ଦକ୍ଷତା ସମ୍ପନ୍ନ ବିଷୟ ମଧ୍ୟରୁ ଗୋଟିଏକୁ ବାଧ୍ୟତାମୂଳକ କରାଯାଇଛି। ସେଥିରେ କମ୍ପ୍ୟୁଟର ଆପ୍ଲିକେସନ, ସୂଚନା ପ୍ରଯୁକ୍ତିବିଦ୍ୟା କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରହିଛି। ସେହିପରି ଇଂରାଜୀ ଓ ହିନ୍ଦୀରୁ ଗୋଟିଏକୁ ଭାଷା ବିଷୟ ଭାବେ ଚୟନ କରିବାକୁ ପଡ଼ିବ।

Leave A Reply

Your email address will not be published.