Odisha Link
Bridging the Missing Links in Odisha

ସମ୍ବଲପୁରରେ ସକାଳୁଆ ଅଫିସ୍, ଦିନ ୧ଟା ଯାଏଁ ସରକାରୀ କାର୍ଯ୍ୟାଳୟ ଖୋଲା

ଓଏଲ୍‌ ବ୍ୟୁରୋ: ଆଜିଠୁ ସମ୍ବଲପୁରରେ ଆରମ୍ଭ ହୋଇଛି ସକାଳୁଆ ଅଫିସ୍। ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ଅଫିସ୍। ତେବେ ଆଜିଠୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍ ଚାଲିବା ନେଇ ସୂଚନା ରହିଛି। ଅର୍ଥାତ୍ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସକାଳୁଆ ଖୋଲାରହିବ। ଅଫିସ୍ ସମୟ ଭିତରେ ଲଞ୍ଚ୍ ବ୍ରେକ୍ ରହିବ ନାହିଁ। ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ପାଖାପାଖି ଗୋଟିଏ ମାସ ଧରି ପାରଦ ୪୦ ଛୁଇଁଛି । ଗ୍ରୀଷ୍ମ ପ୍ରବାହର ପ୍ରକୋପ ମଧ୍ୟ କ୍ରମଂଶ ବଢ଼ିବାରେ ଲାଗିଛି। ଅସହ୍ୟ ତାତିକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି।