ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ଓଏଲ୍ ବ୍ୟୁରୋ: ଇଡିର ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା। ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଉଦ୍ୟୋଗପତି ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା।ଏକ ଜମି ଚୁକ୍ତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହାଜର ପାଇଁ ଦ୍ଵିତୀୟ ଥର ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ। ଯେତେବେଳେ ମୁଁ ଲୋକଙ୍କ ସ୍ୱର ଉଠାଇଥାଏ ସେମାନେ ମୋତେ ଦମନ କରିବାକୁ ଚେଷ୍ଟା କରନ୍ତି ବୋଲି ରବର୍ଡ ଭଦ୍ରା କହିଛନ୍ତି।
ମୋ ବିରୋଧରେ ଏଜେନ୍ସିର ଦୁରୁପଯୋଗ କରାଯାଉଛି। ମୋର ଲୁଚାଇବା ପାଇଁ କିଛି ନାହିଁ। ସେମାନେ ମୋତେ ଯାହା ଚାହିଁବେ ପଚାରିପାରିବେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେବିବୋଲି ସେ କହିଛନ୍ତି। ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ସମ୍ମୁଖୀନ ହୋଇଛନ୍ତି ରବର୍ଟ ଭଦ୍ରା। ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି। ପୂର୍ବରୁ ତାଙ୍କୁ ଏପ୍ରିଲ ୮ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ।