Odisha Link
Bridging the Missing Links in Odisha

ଚନ୍ଦାହାଣ୍ଡିରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା ପରେ ଘରେ ତାଲା ପକାଇ ସ୍ବାମୀ ଫେରାର

ଓଏଲ୍‌ ବ୍ୟୁରୋ: ଚନ୍ଦାହାଣ୍ଡି ହଳଦି ଗାଁରେ ଚାଞ୍ଚଲ୍ୟ। ସ୍ୱାମୀ ଭୁଲିଗଲା ସବୁ ସମ୍ପର୍କ। ରାଗରେ ହରାଇ ବସିଲା ନିଜର ହିତାହିତ ଜ୍ଞାନ। ସାତ ଜନ୍ମ ପାଇଁ ଯାହାର ହାତ ଧରି ସ୍ତ୍ରୀ ରୂପେ ଘରକୁ ଆଣିଥିଲା ତା ଜୀବନ ନେଇଗଲା। ଘଟଣା ଘଟିଛି ନବରଙ୍ଗପୁରରେ। ସ୍ତ୍ରୀକୁ ହତ୍ୟା ପରେ ଖଟରେ ଥିବା ବକ୍ସରେ ଲୁଚାଇ ଫେରାର ହୋଇଗଲା ଅଭିଯୁକ୍ତ ଦୁଷ୍ମନ୍ତ ନାୟକ। ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ। ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା। ମୃତ ମହିଳା ହେଲେ ଅନିତା ସୋରି। ତେବେ ଅଭିଯୁକ୍ତ ଦୁଷ୍ମନ୍ତ କାହିଁକି ନିଜ ସ୍ତ୍ରୀଙ୍କୁ ହତ୍ୟା କଲେ ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି।