Odisha Link
Bridging the Missing Links in Odisha

ଅକ୍ଷୟ ତୃତୀୟାରେ ବଦଳିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦର..

ଓଏଲ୍‌ ବ୍ୟୁରୋ: ଅକ୍ଷୟ ତୃତୀୟାରେ ବଦଳିଲା ସୁନା ଦର। ଦର ବଢ଼ି ବଢ଼ି ଚାଲିବା ପରେ ଆଜି ହଠାତ କମିଛି। ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା।

ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି। ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ। ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରେଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ। ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ।