ରାଜ୍ୟ ବିଜେପି ସଭାପତି ଚୟନରେ ବିଳମ୍ବ: ବଡ଼ ସୂଚନା ଦେଲେ ବିଧାୟକ..

ଓଏଲ୍ ବ୍ୟୁରୋ: ନୂଆ ମଙ୍ଗୁଆଳ ଖୋଜା ଅଭିଯାନରେ ରାଜ୍ୟ ବିଜେପି। ଦୀର୍ଘଦିନ ହେବ କସରତ ଚାଲିଛି, କିନ୍ତୁ କୌଣସି ନାଁରେ ଏଯାଏଁ ମୋହର ବାଜିପାରୁନି। କୁହାଯାଉଛି, ସଭାପତି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ତାଲିକାରେ ସ୍ଥାନ ପାଇଛି। ରାଜ୍ୟରେ ବିଜେପି ସରକାରକୁ ଆସିଥିବାରୁ ସଭାପତି ଆସନ ବେଶ ଗୁରୁତ୍ବ ବହନ କରୁଛି। ତେଣୁ ଦଳରେ ଥିବା ପାୱାରଫୁଲ ଗୋଷ୍ଠୀ ନିଜ ନେତାଙ୍କୁ ସଭାପତି ପଦରେ ବସାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ତେଣୁ ସଭାପତି ପଦ ପାଇଁ ଏବେ ସଙ୍ଗଠନରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେଇଥିବା ଚର୍ଚ୍ଚା ହେଉଛି। କେହି କାହାକୁ ବାଟ ଛାଡିବାକୁ ନାରାଜ।
ଅନ୍ୟପଟେ ବିଜେପି ନେତାଙ୍କ ଯୁକ୍ତି, ଦଳରେ କନ୍ଦଳ ନାହିଁ। ଯିଏ ବି ଦାୟିତ୍ବ ନେବ ସମସ୍ତଙ୍କୁ ନେଇ ଚାଲିବ। ଏସବୁ ଭିତରେ ବିଜେପି ବିଧାୟକ ସରୋଜ ପ୍ରଧାନ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସଭାପତି ଘୋଷଣା କରାଯିବ। ଏହାସହ ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ ହେବ। ଠିକ୍ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ବ ଦେବୁ। ଆମର ସଂସଦୀୟ ବୋର୍ଡରେ ଖୁବ୍ଶୀଘ୍ର ଘୋଷଣା ହେବ।