Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ବାଜିବ ସାଇରନ୍‌, ରାଜ୍ୟର ୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍‌

ଓଏଲ୍‌ ବ୍ୟୁରୋ: ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ କରାଯିବ ମକ୍‌ ଡ୍ରିଲ୍‌। ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ। ମେ ୭ ତାରିଖ ତଥା ବୁଧବାର ଆଜି ମକଡ୍ରିଲ ହେବ। ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ। ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଏହି କ୍ରମରେ ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌। ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ। ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍‌ ଡ୍ରିଲ୍‌। ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ, ମକ୍‌ ଡ୍ରିଲ ଆରମ୍ଭ ହେବ। ପୁଣି ସାଇରନ୍‌ ବାଜିଲେ ମକ୍‌ ଡ୍ରିଲ୍‌ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ସମସ୍ତେ ଭାଗ ନେବାକୁ ଅଗ୍ନିଶମ ଡିଜି ଅପିଲ୍ କରିଛନ୍ତି।

Leave A Reply

Your email address will not be published.