Odisha Link
Bridging the Missing Links in Odisha

ଭୁବନେଶ୍ବର ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପାଟଣା ଫ୍ଲାଇଟ ବାତିଲ

ଓଏଲ୍‌ ବ୍ୟୁରୋ: ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ। ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରୁ ପାଟଣା ଯିବାକୁ ଥିବା 6E6485 ନମ୍ବର ଫ୍ଲାଇଟକୁ ବାତିଲ କରାଯାଇଛି। ଅନ୍ୟସବୁ ଫ୍ଲାଇଟ ନିର୍ଦ୍ଧାରିତ ସମୟରେ ଉଡାଣ ଭରୁଥିବା ବେଳେ ଭୁବନେଶ୍ୱରରୁ ପାଟଣା ଫ୍ଲାଇଟ ବାତିଲ ହୋଇଛି। ବାତିଲ ହେବାର କାରଣ ନେଇ ସଠିକ ସୂଚନା ମିଳିପାରିନାହିଁ।

ସେପଟେ ବିମାନବନ୍ଦର ପୂରା ଖାଁ ଖାଁ ରହିଛି। ଶୁକ୍ରବାର ଯେଉଁଭଳି ଭିଡ ଦୃଶ୍ୟମାନ ହେବା କଥା ତାହା ଆଜି ପରିଲକ୍ଷିତ ହୋଇନାହିଁ। ସେପଟେ ଦେଶର ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସନ୍ଧାନୀ କୁକୁର ସାହାଯ୍ୟରେ ତନତନ୍ କରି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।