ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସଶସ୍ତ୍ର ପୁଲିସ ବାହିନୀ ମୁତୟନ

ଓଏଲ୍ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନେଇ ପୁରୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଥିବା ବେଳେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚାରିପାଦେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ ପୁରୀ ପୁଲିସ ପକ୍ଷରୁ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ କରାଯାଉଅଛି।
ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯିବା ସହ ବିଭିନ୍ନ ହୋଟେଲ ଗୁଡିକରେ ମଧ୍ୟ ଚେକିଂ କରାଯାଉଅଛି। ସେହିପରି ଉପକୁଳ ଅଂଚଳରେ ମଧ୍ୟ ପେଟ୍ରୋଲିଙ୍ଗ କରାଯିବା ସହ ସମସ୍ତ ମାରାଇନ ପୁଲିସ ଷ୍ଟେସନକୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି।