Odisha Link
Bridging the Missing Links in Odisha

ଦେଶରେ ଉତ୍ତେଜନା ପରିସ୍ଥିତି: ଚାଟାର୍ଡ ଆକାଉଣ୍ଟ (ସିଏ) ଫାଇନାଲ ପରୀକ୍ଷା ସ୍ଥଗିତ

ଓଏଲ୍‌ ବ୍ୟୁରୋ: ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ। ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭାରତ ପାକ୍‌ ଟେନସନ ଭିତରେ ଉତ୍ତେଜନାମୂଳକ ସ୍ଥିତିକୁ ଆଖି ଆଗରେ ରଖି ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୯ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ୯, ୧୧ ଓ ୧୪ ତାରିଖରେ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।

ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୯ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପରିସ୍ଥିତି ସୁଧୁରିବା ପରେ ପୁଣି ପରୀକ୍ଷା ତାରିଖ ତାରିଖ ଘୋଷଣା କରାଯିବ। ଏନେଇ ଆଇସିଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ପରିସ୍ଥିତି ସୁଧୁରିବା ପରେ ପୁଣି ପରୀକ୍ଷା ତାରିଖ ତାରିଖ ଘୋଷଣା କରାଯିବ। ଏନେଇ ଆଇସିଏଆଇ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରାରମ୍ଭିକ କାର୍ଯ୍ୟସୂଚୀ ଅନୁଯାୟୀ, ସିଏ ଫାଇନାଲ ଗ୍ରୁପ୍ ୧ ପରୀକ୍ଷା ଚଳିତ ମାସ ୨, ୪ ଏବଂ ୬ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଗ୍ରୁପ୍ ଟୁ ପରୀକ୍ଷା ୮, ୧୦ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ।