Odisha Link
Bridging the Missing Links in Odisha

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: ବନ୍ଦ ହେଲା ଆଇପିଏଲ୍‌ ମ୍ୟାଚ୍‌

ଓଏଲ୍‌ ବ୍ୟୁରୋ: ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ। ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟରେ IPL ୨୦୨୫ ସ୍ଥଗିତ ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏନେଇ ଘୋଷଣା କରିଛି। ମିଳିଥିବା ସୂଚନା ମୁତାବକ, ଆଜିର ବୈଠକ ପରେ ବୋର୍ଡ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସପ୍ତାହେ ପାଇଁ ବନ୍ଦ ହେଲା ଆଇପିଏଲ୍‌ ମ୍ୟାଚ୍‌।

ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି। ୫୮ ତମ ମ୍ୟାଚ୍ ମେ’୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା। କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା। ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା। ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।