ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ, ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଲେ ସରକାର

ଓଏଲ୍ ବ୍ୟୁରୋ: ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ। ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭାରତ ପାକ୍ ଟେନସନ ଭିତରେ ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଲେ ସରକାର। ଟେରିଟୋରିଆଲ୍ ଆର୍ମିର ଅଧିକାରୀ ଓ ଯୱାନଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନାକୁ ସହଯୋଗ କରିବାକୁ ସାମିଲ୍ ହେବ ଟେରିଟୋରିଆଲ୍ ଆର୍ମି।୩୨ଟି ବାଟାଲିୟନରୁ ୧୪ଟି TA ବାଟାଲିୟନ ମୁତୟନ ହେବେ।
ଅନ୍ୟପଟେ, ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଖାଲି ସେତିକି ନୁହେଁ, ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି। ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍ କରିଛି ପ୍ରଶାସନ। ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା।