Odisha Link
Bridging the Missing Links in Odisha

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ରଥଖଳାରେ ଚାଲିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଗତକାଲି ନୃସିଂହ ଚତୁର୍ଦଶୀ ତିଥିରେ ଯନ୍ତାଗାଡ ଅନୁକୂଳ ହେବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ଦ୍ୱାରା ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଅନୁକୂଳ କରାଯାଇଛି। ତୁମ୍ବ ସହିତ ଅର ସଂଯୁକ୍ତ ହୋଇ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଅନୁଷ୍ଠିତ ହେଉଅଛି। କୋରା ମୁଣ୍ଡା ବା କାଠ ହାତୁଡ଼ିରେ ପ୍ରଚଣ୍ଡ ପ୍ରହାର ଦିଆଯାଇ ତୁମ୍ବରେ ଅର ସବୁକୁ ଭୁଞ୍ଜାଯାଉଛି। ଏପଟେ ରଥ ଖଳାରେ ରଥ ତ୍ରୟର ଚକ ପ୍ରସ୍ତୁତି ଚାଲିଛି। ସିଙ୍ଗଡ଼ା ପ୍ରସ୍ତୁତ ପରେ ଏହା ସହ ମାପକରି ମୁଖ୍ୟ ବିଶ୍ବକର୍ମା ପହିରେ ବିନ୍ଧ ଅନୁକୂଳ କରିବେ।

ତୁମ୍ବରେ ଅଖ ବିନ୍ଧ ଖୋଦେଇ କରୁଛନ୍ତି ବିନ୍ଧ କାରିଗର। ତୁମ୍ବ ବିନ୍ଧରେ ଅରକୁ ଭୁଞ୍ଜାଗଲା ପରେ କାଠ ଗଣ୍ଡି ଉପରେ ଠିଆ ହୋଇ କୋରା ମୁଣ୍ଡା ସାହାଯ୍ୟରେ ଅରର ଅନ୍ୟ ମୁଣ୍ଡକୁ ଶକ୍ତ ପ୍ରହାର ଦିଆଯାଇଥିଲା। ପହି ବିନ୍ଧା କାର୍ଯ୍ୟ ପାଇଁ ଯନ୍ତା ପଟା ତିଆରି ହୋଇଛି। ରଥ ତ୍ରୟର ୧୧ଟି ଲେଖାଏଁ ଗୁଜ ଚଉପଟ ହୋଇଛି। ବିଶ୍ବକର୍ମାମାନେ ଗୁଜ, କୁଡ଼ୁକା, ଜଳଯନ୍ତ୍ର ଓ ତିଖଗୁଜ ନିମନ୍ତେ କାଠ କାଟୁଛନ୍ତି। ଆସନ୍ତା ଭଉଁରୀ ଉତ୍ସବରେ ରଥର ଚକ ସହ ଅଖ ସଂଯୁକ୍ତ ହେବାର ବିଧୂ ସମ୍ପନ୍ନ ହେବାର ଵିଧି ରହିଛି।