Odisha Link
Bridging the Missing Links in Odisha

କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତି: ଷଷ୍ଠ ସେମି କଣ୍ଡକ୍ଟର ୟୁନିଟ୍‌କୁ ମିଳିଲା ମଞ୍ଜୁରୀ

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍‌ ବୈଠକରେ ବଡ ନିଷ୍ପତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମାଇକ୍ରୋଚିପ ପାଇଁ ୩୭୦୬ କୋଟି ମଂଜୁର ହୋଇଛି। କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଷଷ୍ଠ ସେମି କଣ୍ଡକ୍ଟର ୟୁନିଟ୍‌ ମଞ୍ଜୁର ନେଇ ସୂଚନା ଦେଇଛନ୍ତି। ଉତ୍ତର ପ୍ରଦେଶର ଜେୱାରରେ ୟୁନିଟ୍‌ ପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଛି। ମାଇକ୍ରୋଚିପ୍‌ ନେଇ ୩୭୦୬ କୋଟିର ପ୍ରକଳ୍ପ ମଞ୍ଜୁର କରାଯାଇଛି।