ଭୁବନେଶ୍ବର GIETକୁ ବେଷ୍ଟ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲେସ୍ମେଣ୍ଟ ଆୱାର୍ଡ

ଓଏଲ୍ ବ୍ୟୁରୋ: ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସିଲେଣ୍ଟ ଟେକ୍ନୋକ୍ରାଟ୍ସ(GIET) ପାଇଁ ଗର୍ବର ମୁହୂର୍ତ୍ତ। ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସିଲେଣ୍ଟ ଟେକ୍ନୋକ୍ରାଟ୍ସ (GIET) । ଭୁବନେଶ୍ବର ଗଙ୍ଗାପାଟଣାର ପ୍ରତିଷ୍ଠିତ GIETକୁ ମିଳିଛି ‘ବେଷ୍ଟ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲେସ୍ମେଣ୍ଟ’ ଆୱାର୍ଡ । ଏହି ପୁରସ୍କାର ୧୪ତମ ବିଶ୍ବ ଶିକ୍ଷା କଂଗ୍ରେସ ପୁରସ୍କାର ଅନ୍ତର୍ଗତ ଓଡ଼ିଶା ଶିକ୍ଷା ନେତୃତ୍ୱ ପୁରସ୍କାର- ୨୦୨୫ରେ ମିଳିଛି। ଯାହା ଗତ ମେ’ ୭ ତାରିଖ ଭୁବନେଶ୍ବରର ସାଣ୍ଡିଜ୍ ଟାୱାରରେ ଅନୁଷ୍ଠିତ ହୋଇଥିଲା ।
ଏହି ସମ୍ମାନଜନକ ମାନ୍ୟତା GIETର ବିଗତ ୧୬ ବର୍ଷରେ ପ୍ଲେସମେଣ୍ଟରେ ନିରନ୍ତର ଉତ୍କୃଷ୍ଟ ପ୍ରଦର୍ଶନ ଓ ବୈଷୟିକ ଶିକ୍ଷାରେ ଉଲ୍ଲେଖନୀୟ ଅବଦାନକୁ ଦର୍ଶାଉଛି ।
ଚେୟାରମ୍ୟାନ୍ ଡକ୍ଟର ସତ୍ୟ ପ୍ରକାଶ ପଣ୍ଡା ଓ ଉପସଭାପତି ଇଞ୍ଜିନିୟର ରାମ ନାରାୟଣ ସାବତ ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ର ଓ ଅଭିଭାବକମାନଙ୍କୁ ସେମାନଙ୍କର ଅଟଳ ପ୍ରତିବଦ୍ଧତା ଓ ସମର୍ଥନ ପାଇଁ ହୃଦୟର ସହିତ ଅଭିନନ୍ଦନ ଓ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।