Odisha Link
Bridging the Missing Links in Odisha

ପୁଣି ହେବ ଡିଜିଏମ୍ଓ ସ୍ତରୀୟ ବୈଠକ, ଯୁଦ୍ଧବିରତିର ସର୍ତ୍ତାବଳୀ ସମ୍ପର୍କରେ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଭାରତ-ପାକ ମଧ୍ୟରେ ୧୮ ତାରିଖ ଯାଏଁ ବଢ଼ିଲା ସିଜ୍‌ ଫାୟାର ଅବଧି। ଖୁବ୍‌ଶୀଘ୍ର ଦୁଇ ଦେଶ ମଧ୍ୟରେ ପୁଣିଥରେ DGMO ସ୍ତରୀୟ ବୈଠକ ହେବ। ତୀବ୍ର ଉତ୍ତେଜନା ମଧ୍ୟରେ ୧୦ ତାରିଖରେ ହୋଇଥିଲା ସିଜ୍‌ ଫାୟାର। ସିଜ୍ ଫାୟାର ପରେ ୧୨ରେ DGMO ସ୍ତରୀୟ ଆଲୋଚନା ହୋଇଥିଲା। ଡିଜିଏମଓମାନେ ଯୁଦ୍ଧବିରତିର ସର୍ତ୍ତାବଳୀ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ପୁଣି ଥରେ ଆଲୋଚନା ପରେ ଜଣା ପଡିବ ଯେ ଏହି ଶାନ୍ତି ସ୍ଥାୟୀ ରହିବ ନା ପୁଣି ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିବ। ଭାରତ ଏହି ମାମଲାରେ ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିସାରିଛି।