Odisha Link
Bridging the Missing Links in Odisha

ଚିଟ୍‌ଫଣ୍ଡ ଘଟଣା: ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ..

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ଚିଟ୍‌ଫଣ୍ଡ ଟଙ୍କା। ଯାହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ମନମୋହନ ସାମଲ କହିଛନ୍ତି, ସଂକଳ୍ପପତ୍ର ଅନୁଯାଇ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ। ଚିଟ୍‌ଫଣ୍ଡ କାଗଜପତ୍ର ମିଳୁନାହିଁ। ଚିଟ୍‌ଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି। ସମସ୍ତ ୪୦ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ପ୍ରଦାନ କରାଯିବ।

ଅନ୍ୟପଟେ, ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମନମୋହନ କହିଛନ୍ତି, ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା କରାଯାଉଛି। ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ। ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ଦୀର୍ଘ ସମୟ ଧରି ସରକାରରେ ଥିଲେ କରିପାରିଲେ ନାହିଁ। ଉଭୟ କଂଗ୍ରେସ ଓ ବିଜେଡି OBCଙ୍କୁ ଅବହେଳା କରିଛନ୍ତି। ସବୁବେଳେ ମଣ୍ଡଳ କମିଶନ୍ ସପକ୍ଷରେ BJP ରହିଛି।