ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର

ଓଏଲ୍ ବ୍ୟୁରୋ: ପୂର୍ବ ସ୍ନାତକ ପ୍ରବେଶ ପ୍ରକ୍ରିୟାରୁ ଏକ ପ୍ରମୁଖ ପରିବର୍ତ୍ତନ ଆଣି, ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ଫଳ ଘୋଷଣା ପୂର୍ବରୁ ମଧ୍ୟ UG(+୩) ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଅନୁମତି ଦିଏ। ଛାତ୍ରଛାତ୍ରୀମାନେ ମଇ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ବୋଲି ସ୍ଥିର ହୋଇଥିବାବେଳେ ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଜୁନ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା। ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ ଡେଟ୍ଲାଇନ ପରେ ପ୍ରକାଶ ପାଇବ। ଯେଉଁମାନେ CAFରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ୍ କରିପାରିବେ।