ବଡ଼ ଖବର: ଆସନ୍ତାକାଲି ଅପରାହ୍ନରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଓଏଲ୍ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆସନ୍ତାକାଲି +୨ ପରୀକ୍ଷା ଫଳ ପ୍ରକାଶ ପାଇବ। କାଲି ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ ଘୋଷଣା ହେବ। ଏକସଙ୍ଗେ ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା। ତେବେ ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବା ନେଇ ସିଏଚଏସସି ପକ୍ଷରୁ ସୂଚନା ପ୍ରକାଶ ପାଇବ। ଏକାସହ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ମାନେ www.orissaresults.nic.in ଓ୍ୱେବ୍ ସାଇଟ୍ ରେ ସେମାନଙ୍କ ରୋଲ୍ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଦେଖିପାରିବେ।