ଓବିସିଙ୍କ ପାଇଁ ସଂରକ୍ଷଣ ଦାବି, ରାଜରାସ୍ତାରେ ବିଜେଡିର ଆନ୍ଦୋଳନ

ଓଏଲ୍ ବ୍ୟୁରୋ: ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଆନ୍ଦୋଳନ କରୁଛି। ପଛୁଆବର୍ଗକୁ ବିଜେପି ସରକାର ସବୁବେଳେ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଛନ୍ତି। ଏହାକରି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଇଛନ୍ତି।
ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ନଦେବା ଯାଏ ବିଜେଡି ପକ୍ଷରୁ ଜୋରଦାର ଦାବି କରାଯିବ ବୋଲି କହିଛି ବିଜେଡି। କଂଗ୍ରେସ ମଧ୍ୟ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ପରେ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି। ସେପଟେ ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉଭୟ କଂଗ୍ରେସ ଓ ବିଜେପିର ସଂରକ୍ଷଣ ପ୍ରସଙ୍ଗରେ ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ବାରମ୍ବାର ଦାବି ହେଉଥିବା ବେଳେ, କେନ୍ଦ୍ର ସରକାର ଶୁଣୁନଥିବା ଦଳ ଅଭିଯୋଗ କରିଛି।