ରାଜ୍ୟ ରାଜନୀତିରେ ସଂରକ୍ଷଣ ଦାବି, ଆସନ୍ତାକାଲି ଧାରଣାରେ ବସିବ କଂଗ୍ରେସ

ଓଏଲ୍ ବ୍ୟୁରୋ: ସଂରକ୍ଷଣ ନେଇ ଆରମ୍ଭ ହୋଇଛି ରାଜନୀତି। ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ପରେ ଅଭୟ ବିଜେଡି ଓ କଂଗ୍ରେସ ସ୍ୱର ଉତ୍ତୋଳନ କରିଛନ୍ତି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଆନ୍ଦୋଳନ କରୁଛି।
ପଛୁଆବର୍ଗକୁ ବିଜେପି ସରକାର ସବୁବେଳେ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଛନ୍ତି। ଏହାକରି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଇଛନ୍ତି ବୋଲି ବିଜେଡି କହିଛି।
ସେହିଭଳି କଂଗ୍ରେସ ମଧ୍ୟ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଆସନ୍ତାକାଲିଠୁ ଧାରଣାରେ ବସିବ ବୋଲି ଭକ୍ତ ଦାସ ସୂଚନା ଦେଇଛନ୍ତି। କଂଗ୍ରେସ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଆହ୍ୱାନ ଦେଇଛି।