ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ, ବଡ଼ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ୬ ବର୍ଷର ବିରତି ପରେ ପୁଣି କମ୍ପିବ କଲେଜ କ୍ୟାମ୍ପସ। କାରଣ ଦଶହରା ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ। ସାଧାରଣ ନିର୍ବାଚନର ଗୋଟେ ବର୍ଷ ପରେ କଲେଜ ଇଲେକ୍ସନ ପାଇଁ ନେଇ ଅଂଟା ଭିଡିଛନ୍ତି ନୂଆ ସରକାର। କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସହ ରାଜନୈତିକ ଦୃଷ୍ଟିକୋଣକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ଚଳିତ ବର୍ଷରୁ କଲେଜ ଇଲେକ୍ସନ ପୁଣି ଆରମ୍ଭ ହେବ।