Odisha Link
Bridging the Missing Links in Odisha

ଆଜି IPL କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ, ସମ୍ମାନିତ କରିବ BCCI

ଓଏଲ୍‌ ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। IPL ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମିଳିବ ସମ୍ମାନ। IPL ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ୩ ସେନା ପ୍ରମୁଖ ସାମିଲ ହେବେ।

ଅନ୍ୟପଟେ, ଏଥର ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ। ୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍। ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ। ରବିବାର ବିଳମ୍ବିତ ମଧ୍ୟରାତି ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ। ଶ୍ରେୟସ ୪୧ ବଲ୍‌ରୁ ୮୭ ରନ୍ କରିଥିଲେ। ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ ରାତି ୧.୩୮ରେ ସରିଥିଲା। ତେବେ ଏଥର ଆଇପିଏଲ ମୁକୁଟ ହାସଲ କରିବ ତାହା ଦେଖିବାକୁ ବାକି ରହିଲା ।