Odisha Link
Bridging the Missing Links in Odisha

ଚଳନ୍ତା ଟ୍ରେନ୍‌ରୁ ଖସି ଚାଲିଗଲା ୫ ଯାତ୍ରୀଙ୍କ ପ୍ରାଣ, ଅନେକ ଆହତ

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ ଗଡୁଥିଲା, ପ୍ରବଳ ଯାତ୍ରୀଙ୍କ ଭିଡରେ ଗଡୁଥିଲା ଟ୍ରେନ। ହେଲେ ହଠାତ କାଳ ମାଡିବସିଲା ଭଳି ଟ୍ରେନ ବଗିରୁ ଖସିପଡ଼ିଲେ ଅନେକ ଯାତ୍ରୀ। ଆଉ ଚାଲିଗଲା ୫ ଯାତ୍ରୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇ ଲୋକାଲ୍ ଟ୍ରେନରେ। ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ୍‌ ଟ୍ରାକ୍‌କୁ ଖସିପଡ଼ିଲେ। ଟ୍ରେନ୍ ଭିତରେ ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ୧୦ରୁ ୧୨ ଜଣ ଯାତ୍ରୀ ଟ୍ରେନ୍‌ରୁ ଖସି ପଡ଼ିଥିବା ସୂଚନା ରହିଛି। ଅନେକ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।