ଏଏସ୍ପି ଆକାଶ ରାଓଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି, ସହିଦ ପୁଲିସ ଅଫିସରଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

ଓଏଲ୍ ବ୍ୟୁରୋ: ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ IED ବିସ୍ଫୋରଣରେ ବଡ ଅଘଟଣ ଘାରିଛି। IED ବିସ୍ଫୋରଣରେ ଛତିଶଗଡ଼ର ASP ସହିଦ୍ ହୋଇଥିବା ଜଣା ପଡିଛି। ଛତିଶଗଡ଼ର ASP ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି। ସହିଦ ଏଏସ୍ପି ଆକାଶ ରାଓଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସହିଦ ଆକାଶ ରାଓଙ୍କ ମାଆ ଓ ପତ୍ନୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ପରିବେଶ।
ଛତିଶଗଡ଼ ରାୟପୁରରେ ସହିଦ ପୁଲିସ ଅଫିସରଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଆକାଶ ରାଓଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି। ସହିଦ ଏଏସ୍ପି ଆକାଶ ରାଓଙ୍କ ଶେଷଯାତ୍ରାରେ ପରିବାର ମଧ୍ୟ ଉପସ୍ଥିତ ଅଛନ୍ତି।
ଗତକାଲି ସୁକମା ଜିଲ୍ଲା କୋଣ୍ଟା-ଏରାବୋର ରାସ୍ତାରେ କମ୍ବିଂ ଅପରେସନ୍ ପାଇଁ ଯାଇଥିବାବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ଆକାଶ ରାଓ। ଘଟଣାସ୍ଥଳରେ ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଥିଲେ। ସୁକୁମା ଜିଲ୍ଲା କୋଣ୍ଟା ଥାନା ରାସ୍ତା କଡ଼ରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ ମାଓବାଦୀ। ବିସ୍ଫୋରଣରେ ସୁକମା ଜିଲ୍ଲା ଏଏସ୍ପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଥିଲେ।