Odisha Link
Bridging the Missing Links in Odisha

ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦିନକ ପରେ ରାଜ୍ୟରେ ବିଜେପି ସରକାରକୁ ପୂରିବ ବର୍ଷେ। ଏହା ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବର୍ଷକର ସଫଳତା ବଖାଣିଛନ୍ତି। ସରକାରକୁ ଆସିବା ପୂର୍ବରୁ କେଉଁ ପ୍ରତିଶ୍ରୁତି ଦିଆଯାଇଥିଲା? କେତେ ପ୍ରତିଶ୍ରୁତି ପୂରଣ ହୋଇଛି ? ଆଗକୁ ସରକାର କ’ଣ କରିବାକୁ ଲକ୍ଷ ରଖିଛନ୍ତି, ସେନେଇ ବିସ୍ତୃତ ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କାଲି ମୋଦି ସରକାରଙ୍କ ୧୧ ବର୍ଷ, ୩ୟ ପାଳିର ପ୍ରଥମ ବର୍ଷ ପୂରିଛି। ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ଭାରତ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ମୋଦି ସରକାର ୧୧ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।ଯାହା ଭାରତରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସମ୍ଭବ ହୋଇଛି। ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଭାରତ ସହ ପୂର୍ଣ୍ଣ ଭାବେ ଯୋଡ଼ିଛନ୍ତି। ଟ୍ରିପଲ ତଲାକ, ଏକକ GST, NEP, ଜନଧନ ଯୋଜନାର ସୁଫଳ ମିଳିଛି।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ମାନେ ସୁଭଦ୍ରା ଟଙ୍କା ପାଇଁ ବେଶ ଖୁସି ଅଛନ୍ତି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଏଭଳି କିଛି ସଂକଳ୍ପ ପୂରଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଗତ ଜୁନ୍‌ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜୁନ୍‌ ୨୦ରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତିର ମୁଖ୍ୟ କାର୍ଯ୍ୟକ୍ରମ କରାଯିବ।