ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼

ଓଏଲ୍ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼।
ଜ୍ୟେଷ୍ଠ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଥିବାବେଳେ ଶୃଙ୍ଖଳିତ ଦର୍ଶନ କରିବା ନେଇ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା କରାଯାଇଛି। ସ୍ନାନ ପୂର୍ଣ୍ଣିମାରେ ପୁରୀରେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହ ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି ।