Odisha Link
Bridging the Missing Links in Odisha

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା, ୧୬ରେ ନାମଲେଖା

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା। ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଇଁ କଟ ଅଫ ୯୨.୮୦ ପ୍ରତିଶତ ରହିଥିବାବେଳେ ଫିଜିକ୍ସରେ କଟ୍ ଅଫ୍‌ ମାର୍କ ୯୩.୬୭%, ଜୁଲୋଜିରେ ୯୪ %, ବାଣିଜ୍ୟରେ କଟ ଅଫ ୯୦.୫୦ ପ୍ରତିଶତ ରହିଛି। ବିଜେବି କଲେଜର କମ୍ପ୍ୟୁଟର ସାଇନ୍ସରେ ୮୮.୫୩ ପ୍ରତିଶତ କଟ ଅଫ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଲ’ କଲେଜର ଏଲଏଲବିରେ କଟ୍‌ଅଫ୍‌ ମାର୍କ ୮୭.୮୦ ପ୍ରତିଶତ କଟ ଅଫ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅନୁସାରେ ଜୁନ ୧୬ରେ ନାମଲେଖା ହେବ।